ଧର୍ମଶାଳା : ଦିପୁ ଓ ଓମ ହତ୍ୟା ମାମଲାରେ ଖଲାସ ହେଲେ ଡି ବ୍ରଦର୍ସ । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ସୁଶୀଲ ଧଳ ସାମନ୍ତ ସୁଶାନ୍ତ ଧଳସାମନ୍ତ । ଡି ବ୍ରଦର୍ସଙ୍କ ସହ ଅନ୍ୟ ୬ ସହଯୋଗୀ ମଧ୍ୟ ଖଲାସ ହେଲେ । ୨୦୧୩ ମସିହାରେ ହୋଇଥିଲା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ । ୨୦୧୬ ମସିହାରେ ଦୁଇ ଭାଇ ଗିରଫ ହୋଇଥିଲେ । ତେବେ ଘରେ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ।
ବହୁଚର୍ଚ୍ଚିତ ଦୀପୁ- ଓମ ହତ୍ଯା ମାମଲାରେ ସମସ୍ତ ଅଭିଯୁକ୍ତ ପ୍ରମାଣ ଅଭାବରୁ ଖଲାସ। ଧଳ ସାମନ୍ତ ଭାତୃଦ୍ବୟ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ଥିବା ଦୀପୁ ଓ ଓମ୨୦୧୩ରେ ପ୍ରଥମେ ନିଖୋଜ ହୋଇଥିଲେ। ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା। ୨୦୧୩ ନଭେମ୍ବର ୧୨ରେ ଦୀପୁ ଓ ଓମଙ୍କୁ କଟକରୁ ଅପହରଣ କରାଯାଇଥିଲା।

ପରେ ଆଠଗଡ଼ର ଅଂଶୁପା ନିକଟର ଏକ ଫାର୍ମ ହାଉସକନ ନିଆଯାଇ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପଶ୍ଚିମବଙ୍ଗର ସିଂହଭୂମି, ଝାଡ଼ଖଣ୍ଡ ଆଦି ସ୍ଥାନକୁ ନିଆଯାଇ ପେଟ୍ରୋଲ ପକାଇ ପୋଡ଼ି ଦିଆଯାଇଥିଲା। କଟକ ଓ ଆଖପାଖ ଅଞ୍ଚଳରେ ଅପରାଧିକ କାର୍ଯ୍ୟରେ ଲିପ୍ତ ଚଳାଉଥିବା ଧଳସାମନ୍ତ ଭାଇଙ୍କ ଦ୍ବାରା ଏହି ହତ୍ଯା କରାଇଥିବା ଚର୍ଚ୍ଚା ହୋଇଥିଲା। ପ୍ରାୟ ୧୧ ବର୍ଷର ତଦନ୍ତ ଓ ଟ୍ରାଏଲ ପରେ ତଦନ୍ତରେ ପ୍ରମାଣ ଯୋଗାଡ଼ କରିବାରେ ବିଫଳ ହୋଇଥିବା କହିଛନ୍ତି କୋର୍ଟ । ଏହା ଫଳରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।