ଫୁଲବାଣୀ, କନ୍ଧମାଳ : ଫୁଲବାଣୀରେ ଆଜି ଉତ୍ସବମୟ ପରିବେଶରେ ପବିତ୍ର ଶ୍ରୀ ଜଗନ୍ନାଥ ରଥଯାତ୍ରା ଉତ୍ସବ ଉଜ୍ଜାପିତ ହୋଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ବିଶେଷ ଅତିଥି ଭାବରେ ଉପସ୍ଥିତ ରହି ରଥ ଉପରେ ପାବନ ଛେରା ପହଁରା କରି ମହାପ୍ରଭୁ ଙ୍କ ପ୍ରତି ନମ୍ର ଶ୍ରଦ୍ଧା ଅର୍ପଣ କରିଛନ୍ତି। ଏହି ଅବସରରେ ଫୁଲବାଣୀ ଖଡୁରା ସମାଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘଣ୍ଟ ସେବା କାର୍ଯ୍ୟ କରାଯାଇଛି। ମହାପ୍ରଭୁ ଙ୍କ ପାଇଁ ନିଷ୍ଠା, ଭକ୍ତି ଓ ସେବାଭାବ ପ୍ରତି ଏହି ସମାଜ ଦୀର୍ଘ ସମୟ ଧରି ଏହି କାର୍ଯ୍ୟ ଜାରି ରଖିଛି। ଜିଲ୍ଲାପାଳ ଏହି ପବିତ୍ର ଉଦ୍ୟମକୁ ଉତ୍ସାହିତ କରି ଘଣ୍ଟ ସେବାରେ ଲାଗିଥିବା ସମସ୍ତ ଖଡୁରା ସମାଜ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସମାଜ ସଂପାଦକ ଉମା ଶଙ୍କର ମହାପାତ୍ର ଓ ସମସ୍ତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ସଂପାଦକ ମହାପାତ୍ର କହିଛନ୍ତି,
“ମୁ ମହାପ୍ରଭୁ ଙ୍କୁ ଧନ୍ୟବାଦ ଜଣାଏଁ, ଯେ ଆମକୁ ପ୍ରତିବର୍ଷ ଘଣ୍ଟ ସେବା ପାଇଁ ସୁଯୋଗ ଦେଉଛନ୍ତି। ଆମ ସମାଜ ଏହି ସେବାକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବ।”
ଏବର୍ଷର ରଥଯାତ୍ରା ଉତ୍ସବରେ ଦେଖାଯାଇଥିଲା ମାସିବ ଜନସମାଗମ, ଯେଉଁଠାରେ ଜନସାଧାରଣ ଉଲ୍ଲାସ ଓ ଭକ୍ତିଭାବରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ରଥ ଟାଣିବାରେ ଅଂଶ ନେଇଥିଲେ।
