KANDHAMAL NEWS : ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ଅନେକ ସମୟରେ ଅଭିଭାବକ ଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରମାନେ କେତେବେଳେ ସହପାଠୀ ତ ଆଉ କେତେବେଳେ ନିଜ ଗୁରୁଙ୍କ ଦ୍ୱାରା ନିଯ୍ୟାତନା ପାଉଥିବା ଦେଖିବାକୁ ମିଳେ। ହେଲେ ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି ଖରାଛୁଟିରେ ଛାତ୍ରାବାସ ମରାମତି କରାଯିବା ବେଳେ ଠିକାଦାର ଛାତ୍ରାବାସରେ ଛୁଟିରେ ଯାଇଥିବା ଛାତ୍ରୀଛାତ୍ରଙ୍କ ପୋଷାକ, ପାଠ୍ୟ ପୁସ୍ତକ, ବ୍ୟବହାର ସାମଗ୍ରୀ ଖାତା, ପେନ, ପେନସିଲ, ଖାଇବାକୁ ରଖିଥିବା ଟ୍ରେ, ଗ୍ଲାସ ଆଦିକୁ ଫିଙ୍ଗି ନଷ୍ଟ କରିଦେଇଛନ୍ତି ଯାହାକି ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀଛାତ୍ରମାନେ ଆସି ପହଞ୍ଚି ଦେଖିଲା ବେଳେ ତାଙ୍କ ଟ୍ରଙ୍କ ସମେତ ସମସ୍ତ ସାମଗ୍ରୀ ଫିଙ୍ଗି ନଷ୍ଟ କରିଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଏବେ ଛାତ୍ରୀଛାତ୍ରମାନେ ତାଙ୍କ ସାମଗ୍ରୀ ଖୋଜୁଥିବା ବେଳେ ମିଳୁନାହିଁ। ସେମାନେ କାନ୍ଦିବା ସହ ତାଙ୍କ ଅଭିଭାବକ ମାନଙ୍କୁ ପୁଣି ସମସ୍ତ ସାମଗ୍ରୀ କିଣିଦେବାକୁ କହିବା ବେଳେ ଅଭିଭାବକଙ୍କ ନିକଟରେ ଅର୍ଥର ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଜଣେ ଭ୍ରମରବାଡ଼ି ଅଞ୍ଚଳର ଅଭିଭାବକ ଅଭିଯୋଗ କରିଛନ୍ତି।