କନ୍ଧମାଳ : ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ମନୋରଞ୍ଜନ ସାହୁଙ୍କୁ ଡ଼କ୍ଟରେଟ୍ ଇନ ସୋସିଆଲ୍ ୱାର୍କ (Doctorate in Social Work) ଉପାଧି ଦିଆଯାଇଛି। ସେହିପରି, ତାଙ୍କର ଧର୍ମପତ୍ନୀ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟାଙ୍କୋଳ ଉଚ୍ଚ ବିଦ୍ୟାଳୟର ସହକାରୀ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ହରପ୍ରିୟା ସାହୁଙ୍କୁ ଡ଼କ୍ଟରେଟ୍ ଇନ ଏଜୁକେସନ (Doctorate in Education) ଉପାଧି ଦିଆଯାଇଛି। ଏହି ଉପାଧିଗୁଡିକୁ ଆଜି ଭାରତୀୟ ବିଦ୍ୟାଭବନ ଅଡିଟୋରିୟମ, ଚେନ୍ନାଇରେ ଅନୁଷ୍ଠିତ ଏକ ଭବ୍ୟ ସମବର୍ତନ ଉତ୍ସବ ଅବସରରେ ଗ୍ଲୋବାଲ ହୁମାନ ପିସ ୟୁନିଭର୍ସିଟିର କୁଳପତି ଓ ବିଭିନ୍ନ ଅତିଥିମାନେ ଉପସ୍ଥିତ ରହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀ ମନୋରଞ୍ଜନ ସାହୁ ତାଙ୍କର ଏହି କୃତିତ୍ୱ ପାଇଁ ସମସ୍ତ ଶ୍ରେୟ ଦେଉଛନ୍ତି ତାଙ୍କର ପରିବାର, ବନ୍ଧୁବର୍ଗ, ଜିଲ୍ଲା ବ୍ଲକ ସ୍ତରୀୟ କର୍ମଚାରୀମାନେ, ସ୍ବେଛାସେବୀ ସଂଗଠନ ଓ ବିଶେଷତଃ ଡାକ୍ତର ସଞ୍ଜୟ କୁମାର ବାରିକଙ୍କୁ। ଏହି ଗର୍ବମୟ ଅବସରରେ ତାଙ୍କର ଏକମାତ୍ର ପୁତ୍ର ସାଇପ୍ରସାଦ ସାହୁ ମଧ୍ୟ ଉପସ୍ଥିତ ଥିଲେ।