ଚୀର ଯୌବନ ଦେଖାଯିବା ପାଇଁ ଟ୍ରିଟମେଣ୍ଟ ନେଉଥିଲେ ଶେଫାଳି, ମହଙ୍ଗା ପଡ଼ିଗଲାକି ଔଷଧ ନେବା ?

‘କାଣ୍ଟା ଲଗା ଗାର୍ଲ’ ଫେମ୍ ଅଭିନେତ୍ରୀ ହେଉଛନ୍ତି ଶେଫାଳି ଜରିୱାଲା ।  ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି ।  ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା, ପୋଲିସ ଜାଣିବାକୁ ଚେଷ୍ଟା କରୁଛି କି ମୃତ୍ୟୁର କାରଣ ହୃଦଘାତ ନା ଅନ୍ୟ କୌଣସି କାରଣ। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଶେଫାଳି ବାର୍ଦ୍ଧକ୍ୟ ନ ଆସିବା ପାଇଁ ଗତ ୫-୬ବର୍ଷ ଧରି ସେ ଚିକିତ୍ସା ନେଉଥିଲେ। ଶେଫାଳି ଭିଟାମିନ୍ ସି ଏବଂ ଗ୍ଲୁଟାଥିଓନ୍ ନାମକ ଔଷଧ ଖାଉଥିଲେ ।  ଯାହାକି ମଣିଷକୁ ୟଙ୍ଗ ରଖିପାରିବାରେ ସହାୟକ ହୋଇଥାଏ । ପ୍ରଶ୍ନ ଉଠୁଛି ଯେ ଏହି ଔଷଧଗୁଡ଼ିକ ତାଙ୍କ ହୃଦୟ ଉପରେ ପ୍ରଭାବ ପକାଇଥିଲା କି? ଡାକ୍ତର ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ଔଷଧଗୁଡ଼ିକ ହୃଦୟ ଉପରେ ପ୍ରଭାବ ପକାଇ ନଥାଏ ବରଂ କେବଳ ଚର୍ମ ଉପରେ ପ୍ରଭାବ ପକାଇଥାଏ। ଏହି ଔଷଧଗୁଡ଼ିକ ଚର୍ମର ସୁନ୍ଦରତା ପାଇଁ ନିଆଯାଏ। ଏହି ଔଷଧଗୁଡ଼ିକର ହୃଦୟ ସହିତ କୌଣସି ସମ୍ପର୍କ ନାହିଁ ।

Umasankar Adv

ଏହା ମଧ୍ୟ ଜଣାପଡିଛି ଯେ ଶେଫାଲି ପ୍ରାୟ ୧୫ବର୍ଷ ଧରି epilepsy ରୋଗରେ ପୀଡିତ ଥିଲେ । ତେବେ ମୃତ୍ୟୁର କାରଣ କଣ ତାହା ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ଜଣା ପଡ଼ିବ । ପୋଲିସ ଚାରି ଜଣଙ୍କ ବୟାନ ରେକର୍ଡ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ଶେଫାଳିଙ୍କ ମୃତ୍ୟୁ ଖବର ଜଣା ପଡିଥିଲା ।  ପୋଲିସ ରାତି ୧ଟାରେ ସୂଚନା ପାଇଲା, ତା’ପରେ ପୋଲିସ ତୁରନ୍ତ ଶେଫାଳିଙ୍କ ଘରେ ପହଞ୍ଚିଲା ।

ଏହାପରେ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଇଥିଲା। ଏହା ସହିତ, ପୋଲିସ ତାଙ୍କ ରୋଷେୟା ଏବଂ ଚାକରାଣୀଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲା। ଶେଫାଲିଙ୍କ ସ୍ୱାମୀ ପରାଗ ତ୍ୟାଗୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ପୋଲିସ ପରାଗଙ୍କ ସମେତ ଚାରି ଜଣଙ୍କ ବୟାନ ରେକର୍ଡ କରିଛି ।

Leave A Reply

Your email address will not be published.