ଆଜି ଓଡ଼ିଶାରେ ପହଞ୍ଚିବ କୋଭିଶିଲ୍ଡ

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ) ମହାମାରୀ କରୋନାକୁ ମାତ ଦେବାର ଅମୋଘ ଅସ୍ତ୍ର କୁହାଯାଉଥିବା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପ୍ରାପ୍ତ ହେବା ପରେ ଆଜି ଏହା ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଟିକା ଆସିବା ନେଇ ଜଣାଯାଇଛି। ଏହା ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.