ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ।

ଭୁବନେଶ୍ବର(ଓଡିଶା ସମାଚାର ନ୍ୟୁଜ) : ଦୀର୍ଘବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଜମିରେ ଘର କରି ରହି ଆସୁଥିବା ଲୋକଙ୍କୁ ଏକାମ୍ର କ୍ଷେତ୍ର ବିକାଶ ନିମନ୍ତେ ଉଠାଯାଉଛି । କେତେବେଳେ ମଠ, ମନ୍ଦିର ଭଙ୍ଗାଯାଉଛି ତ ଆଉ କେତେବେଳେ ଦୋକାନ ବଜାର ଓ ବାସଗୃହ ଭାଙ୍ଗୁଛି। ଏହିକ୍ରମରେ ସୋମବାର ବିନ୍ଦୁସାଗର ନିକଟରୁ ପ୍ରଶାସନ ପକ୍ଷରୁ ଉ‌େଚ୍ଛଦ ହୋଇଛି।
ଉଚ୍ଛେଦ ସୂଚନା ପାଇ ୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଘଟଣାସ୍ଥଳରେ ଏକାଠି ହୋଇ ହୋ’ ହଲ୍ଲା କରିଥିଲେ। କିଛି ମହିଳା ଜେସିବି ଆଗକୁ ଯାଇ ପ୍ରତିବାଦ କରିବାକୁ ଉଦ୍ୟମ କରୁଥିବାବେଳେ ଉପସ୍ଥିତ ମହିଳା ପୁଲିସ ସେମାନଙ୍କୁ ଅଟକାଇଥିଲେ। ପୁଲିସ ଏବଂ ମହିଳା ବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପୁରୁଷମାନେ ଉଚ୍ଛେଦ ଦଳ ସହିତ ଯୁକ୍ତିତର୍କ କରିଥିଲେ। ଫଳରେ ବିନ୍ଦୁ ସାଗର ନିକଟରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପାଟିତୁଣ୍ଡ ପରେ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଥିଲା।
ଆଜିର ଉଚ୍ଛେଦରେ ୫ଚାତ ଏବଂ ୮ ଆର୍‌ସିସି ଛପର ଘର ଭଙ୍ଗାଯାଇଥିଲା। ଉଚ୍ଛେଦରେ ୪ଟି ଏକ୍ସାଭେଟର ଲାଗିଥିଲା। ଘଟଣାସ୍ଥଳରେ ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ବିଡିଏର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର, ଲିଙ୍ଗରାଜ ପୁଲିସ, ୩ ସେକ୍ସନ ମହିଳା ପୁଲିସ ସହିତ ଏକ ପ୍ଲାଟୁନ୍‌ ପୁଲିସ ଉପସ୍ଥିତ ଥିଲେ।

Leave A Reply

Your email address will not be published.