ଖୋଲିଲା ଉଚ୍ଚଶିକ୍ଷାନୁଷ୍ଠାନ : ପ୍ରଥମଦିନ କମିଲା ଉପସ୍ଥାନ, ବଢୁଛି ଉତ୍ସାହ

ଭୁବନେଶ୍ବର(ଓଡିଶା ସମାଚାର ନ୍ୟୁଜ): କରୋନା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଉଚ୍ଚଶିକ୍ଷାନୁଷ୍ଠାନ ସୋମବାରଠାରୁ ଖୋଲିଛି। ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଆସି ନିଜ ସାଙ୍ଗଙ୍କ ସହ ବସି ବହୁତଦିନ ପରେ ଶ୍ରେଣୀଗୃହରେ ପାଠପଢିଛନ୍ତି।ପ୍ରଥମ ଦିବସରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ କମ୍‌ ରହିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକର ୟୁଜି ଓ ପିଜି ଓ ବୈଷୟିକ ଶିକ୍ଷାନୁଷ୍ଠାନର ଶେଷବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢିଥିବା ଦେଖିବାକୁ ମିଳିଛି। ବହୁ ବିଦ୍ୟାର୍ଥୀ ଦୂରଦୁରାନ୍ତରୁ ହଷ୍ଟେଲ ଆସିଥିବାରୁ ପ୍ରଥମ ଦିନ କ୍ଲାସ୍‌ କରିପାରିନାହାନ୍ତି। ଆସନ୍ତାକାଲିଠାରୁ ଉପସ୍ଥାନ ଧୀରେଧୀରେ ବଢିବ ବୋଲି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କହିଛନ୍ତି।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଶିକ୍ଷାନୁଷ୍ଠାନ ଯାଇ ସ୍ଥିତି ପରଖିଥିଲେ।
ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ଓ ଶ୍ରେଣୀଗୃହରେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି।

Leave A Reply

Your email address will not be published.