ସୁପ୍ରିମକୋର୍ଟ ଗଲେ ପରୀର ମା’

ନୟାଗଡ(ଓଡିଶା ସମାଚାର ନ୍ୟୁଜ):ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ପରୀର ମାଆ ସୌଦାମିନୀ ସୁପ୍ରିମକୋର୍ଟ​ର ଦ୍ବାରସ୍ଥ ହୋଇଛନ୍ତି। ପରୀ ହତ୍ୟା ଘଟଣାର ତଦନ୍ତ ଦାବି ଏବଂ ଉଚିତ ନ୍ୟାୟ ଦାବିରେ ସେ ସୁପ୍ରିମକୋର୍ଟରେ ମାମଲା ଦରଜ କରିଛନ୍ତି।.
ଏହି ମାମଲାର ତଦନ୍ତ ଏବେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ବାରା କରାଯାଉଥିବାବେଳେ ଏହି ତଦନ୍ତକୁ ନେଇ ପରୀର ପରିବାର ବର୍ଗ ପୂର୍ବରୁ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ଏବେ ମାମଲାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାଯାଉ ବୋଲି ଦାବି କରି ସୌଦାମିନୀ ଆଜି ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି । ସମ୍ବିଧାନର ଧାରା ୩୨ ଅନୁସାରେ ଏହି ରିଟ ପିଟିସନ ଦାୟର କରାଯାଇଛି ।

Leave A Reply

Your email address will not be published.