ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଭଦ୍ରକ(ଓଡିଶା ସମାଚାର ନ୍ୟୁଜ)ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିଥିବା ବେଳେ ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି ଥାନା ଅଲ୍ଲିନଗର ଛକରେ ଘଟିଛି ଘଟଣା । ପୋଲିସ ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକ । ମୃତକ ନୟାନନ୍ଦ ପଞ୍ଚାୟତ ହାତୁଆରି ଗ୍ରାମର ବାପି ମହାଳିକ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ବାପି କୌଣସି କାମ ନିଜ ଭଉଣୀ ଘରକୁ ଯାଉଥିଲେ । ହଠାତ୍‌ ପୋଲିସ ତାଙ୍କୁ କେଉଁ କାରଣରୁ ଗୋଡାଇଥିଲା , ଏବଂ ପରେ ସେ ପୋଖରୀରେ ଭିତରେ ପଡିଯାଇଥିଲେ । ପାଣିରେ ପଡିଯିବାରୁ ବାପିଙ୍କର ମୃତ୍ୟୁ ହୋଇଯାଇଥିଲା । । ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ପୋଖରୀରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲେ। । ବାପିଙ୍କ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ଗ୍ରାମବାସୀ । ପୋଲିସ ବିବାଦକୁ ତୁଟାଇବାକୁ ଆସିଥିବା ବେଳେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ଉପରକୁ ଢେଳା ମାଡ଼ ସହ ଗାଡି ପୋଡି ଦେଇଛନ୍ତି ଉତ୍ୟକ୍ତଲୋକ ।

Umasankar Adv
Leave A Reply

Your email address will not be published.