ଆଜି ପବିତ୍ର ମକର ସଂକ୍ରାନ୍ତି

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ପୂଜା , ମକର ଚାଉଳ ସହ ପିଠାର ଆୟୋଜନ ହେବା ସହ ରାଜ୍ୟର କିଛି ସ୍ୱତନ୍ତ୍ର ସ୍ଥାନରେ ଏହାକୁ ବିଶେଷ ଶୈଳୀରେ ପାଳନ କରାଯାଏ। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ମୁଖ୍ୟତଃ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ।

gpkandhamal

ତେଣୁ ଆଜି ଏହି ପବିତ୍ର ଦିନରେ ଅରୁଆ ଚାଉଳ, ନୂଆଗୁଡ଼,ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଆଦି ମିଶ୍ରଣ କରାଯାଇ ମକର ଚାଉଳ ପ୍ରସ୍ତୁତ କରାଯାଏ।
ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମକର ଚୈରାଅଶୀ ବେଶ। ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ। ଉତ୍ତର ଓ ଦକ୍ଷିଣ ଭାରତରେ ମଧ୍ୟ ବେଶ ଧୂମଧାମରେ ମକର ସଂକ୍ରାନ୍ତି ପାଳନ କରାଯାଉଛି। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ।

Umasankar Adv

Leave A Reply

Your email address will not be published.