ଧବଳେଶ୍ଵର ଶୈବପୀଠରେ ୧୪୪ ଧାରା

ଆଠଗଡ(ଓଡିଶା ସମାଚାର ନ୍ୟୁଜ): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । କଟକ ଜିଲ୍ଲା ଆଠଗଡର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମ୍ଧାମ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର ଦିନରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ତାଙ୍କ ପାଖରେ ମକରଚାଉଳ ଲାଗି କଲେ ବହୁ ପୁଣ୍ୟ ମିଳିଥାଏ ।

gpkandhamal

ପ୍ରତିବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହେବା ସହ ମହାନଦୀ ପଠାରେ ଗୁଡି ଉଡାର ମଜା ନିଅନ୍ତି ।ଅଧିକ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଅନୁସାରେ ଆଜି ଦିନକ ପାଇଁ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରଯାଇଛି ।ଏଠାରେ କେବଳ ପୂଜକମାନେ ପୀଠରେ ରହି ମନ୍ଦିରରେ ପୂଜାର୍ଚ୍ଚନା କରିବେ ।

Umasankar Adv
Leave A Reply

Your email address will not be published.