ସମ୍ପନ୍ନ ହେଲା ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଶେଷକୃତ୍ୟ, ଝିଅ ଦେଲେ ମୁଖାଗ୍ନି

କଟକ(ଓଡିଶା ସମାଚାର ନ୍ୟୁଜ): ଆଜି ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ଓ ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି।। କାଳିଆବୁଦା ଶ୍ମଶାନ ଠାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡ଼ିପିସି ପ୍ରତୀକ‌ ସିଂହ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ, କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍‌, କଟକ-ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ବିଜୁ ଜନତା ଛାତ୍ର ନେତା ତଥା ଅଭିନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତି ରହିଥିଲେ।ଗତକାଲି ଅପରାହ୍ନ ସମୟରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ନିଜର ସମାଜସେବା ପାଇଁ ଦେଶ ତଥା ବିଦେଶରେ ବେଶ୍ ‌ପରିଚିତ ଥିଲେ ଡି ପ୍ରକାଶ ରାଓ। ପଦ୍ମଶ୍ରୀଙ୍କ ଦେହାନ୍ତ ସାରା ଦେଶବାସୀଙ୍କୁ ମର୍ମାହତ କରିଛି।

Leave A Reply

Your email address will not be published.