ଶିକ୍ଷକ ପଜିଟିଭ ସଂଖ୍ୟା ରାଜ୍ୟର ଚିନ୍ତା ବଢାଉଛି

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଶିକ୍ଷକଙ୍କ ପଜିଟିଭ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୭ ଜଣ ଶିକ୍ଷକ ଓ ୭ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୩ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇସାରିଲେଣି । ଆଜି ରାଉରକେଲାରୁ ୩ ଜଣ, କନ୍ଧମାଳରୁ ୪ଜଣ ଶିକ୍ଷକ ଓ ୭ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଉରକେଲାର ୩ ଶିକ୍ଷକ ଗୋଟିଏ ସ୍କୁଲର ଓ କନ୍ଧମାଳର ୪ ଶିକ୍ଷକ ଓ ୭ ଛାତ୍ର ମଧ୍ୟ ଗୋଟିଏ ସ୍କୁଲର ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।ତେବେ ସ୍କୁଲ ଖୋଲିବା ପରେ ରାଜ୍ୟରେ ଧିରେ ଧିରେ ଶିକ୍ଷକ ପଜିଟିଭ ସଂଖୟା ବଢିବାରେ ଲାଗିଛି ।ପୂର୍ବରୁ ଗଜପତି ଜିଲ୍ଲାରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.