ରାଜଧାନୀ ଉପକଣ୍ଠ କାଟେଣୀ ଗାଁରେ ଡକାୟତ

ମେଣ୍ଢାଶାଳ (ଓଡିଶା ସମାଚାର ନ୍ୟୁଜ): ଗୁରୁବାର ରାତିରେ ଚନ୍ଦକା ଥାନା କାଟେଣୀ ଗାଁରେ ଡକାୟତମାନେ ମୁରଲୀଧର ପ୍ରଧାନଙ୍କ ଝରକା ତାଡ଼ି ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ତାଙ୍କ ଘରୁ ପ୍ରାୟ ୧୫୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଓ ନଗଦ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ତାଙ୍କ ଶୋଇବା ଘରକୁ ବାହାରୁ କବାଟ କିଳି ବନ୍ଦ କରିବା ପରେ ଆଲ୍‌ମିରା ଭାଙ୍ଗି ଦୁର୍ବୃତ୍ତମାନେ ସବୁ ଲୁଟି ନେଇଛନ୍ତି। ଚନ୍ଦକା ଥାନା ପୁଲିସ ଘଟଣାର ଛାନ୍‌ଭିନ୍ କରିଥିଲେ ବି ଡକାୟତମାନଙ୍କ ପତ୍ତା ପାଇନାହିଁ। ତେବେ ପ୍ରଥମ ଥର ପାଇଁ ଗାଁରେ ଏଭଳି ଲୁଟ୍‌ ହୋଇଥିବାରୁ ଭୟର ବାତାବରଣ ଖେଳି ଯାଇଛି।

gpkandhamal

ଅଭିଯୋଗ ଅନୁସାରେ ମୁରଲୀଧର ତାଙ୍କ ଝିଅ ବାହାଘର ପାଇଁ ଜମି ବିକି ନଗଦ ୮ ଲକ୍ଷ ଟଙ୍କା ରଖିଥିଲେ। ସେହିଭଳି ଝିଅକୁ ଦେବା ପାଇଁ ୫୦ ଗ୍ରାମ ଓଜନର ୨ଟି ହାର, ୪୦ ଗ୍ରାମ୍‌ ଓଜନର ୨ଟି ଚେନ୍‌, ୩୦ ଗ୍ରାମ୍‌ ଓଜନର ୫ ହଳ କାନଫୁଲ, ୫ ଟି ମୁଦି, ୨ ହଳ ବାଉଟି ଓ ୨ ହଳ ରୁପା ପାଉଁଜି କିଣି ରଖିଥିଲେ। ଏସବୁ ଗହଣାର ମୂଲ୍ୟ ସାଢ଼େ ୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଆଜି ସକାଳୁ ଅଭିଯୋଗ ପାଇବା ପରେ ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ନାଥ ବିଶ୍ୱାଳ ସାଇଣ୍ଟିଫିକ୍‌ ଟିମ୍‌ ସହ କାଟେଣୀରେ ପହଞ୍ଚି ତଦନ୍ତ କରିଥିଲେ।

Umasankar Adv
Leave A Reply

Your email address will not be published.