ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ଝାରପଡ଼ା ଜେଲରେ ଜଣେ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ହଉଚି ରବି ଦୁଲାଲ୍। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିବା ବେଳେ ଏହି ସମୟରେ ତାର ମୁଣ୍ଡ ବାଡ଼େଇ ହୋଇ ସେ ତଳେ ପଡିଯାଇଥିଲା। ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ।ସୂଚନା ଅନୁଯାଇ ଅଭିଯୁକ୍ତ ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲା। ଏହାଛଡା ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା।

Leave A Reply

Your email address will not be published.