ମାଷ୍ଟର’ ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର

(ଓଡିଶା ସମାଚାର ନ୍ୟୁଜ): ପୋଙ୍ଗଲ୍‌ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଚଳଚ୍ଚିତ୍ର ‘ମାଷ୍ଟର’ ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍‌ କରିଥିବା ‘ମାଷ୍ଟର’ ରାଜ୍ୟରେ ଗୋଟେ ଦିନରେ ଦ୍ବିତୀୟ ସର୍ବାଧିକ ଟଙ୍କା ଆୟକାରୀ ଚଳଚ୍ଚିତ୍ରର ମାନ୍ୟତା ପାଇଛି। ମହାମାରୀ କରୋନା କଟକଣା ଯୋଗୁଁ ୫୦ ପ୍ରତିଶତ ଦର୍ଶକରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ସାଧାରଣ ଦିନରେ ମୁକ୍ତିଲାଭ କରିଥିଲେ ଦୁଇଗୁଣା ଆୟ କରିଥାନ୍ତା ବୋଲି କୁହାଯାଉଛି। ଯାହା ଚଳଚ୍ଚିତ୍ର ଦୁନିଆରେ ଐତିହାସିକ ହୋଇଥାନ୍ତା ବୋଲି ସିନେ ସମୀକ୍ଷକମାନେ କହିଛନ୍ତି| ଚଳଚ୍ଚିତ୍ରରେ ବିଜୟ ସେଥୁପତି ଓ ଥାଲାପତି ବିଜୟଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି।

Leave A Reply

Your email address will not be published.