କାଲି ଠାରୁ ଖୋଲିବା ଘଟଗାଁ ମା’ତାରିଣୀ ପୀଠ: ଏସଓପି ଜାରି

କେନ୍ଦୁଝର :  କରୋନା କଟକଣା ପରଠୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲିଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର। ତେବେ କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନୂଆ ନିୟମ ଜାରି ହୋଇଛି।
୧- ମନ୍ଦିରର ମା’ଙ୍କ ଦର୍ଶନ ନିମେନ୍ତ ସକାଳ ୮ଟାରୁ ୧୨ଟା୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା୩୦ ପର୍ଯ୍ୟନ୍ତ ସମୟ ସ୍ଥିରୀକୃତ କରାଯାଇଛି।
୨- ସମସ୍ତ ଶ୍ରଦ୍ଧାଳୁ, ଭକ୍ତ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି।
୩ – ଥରକେ ୨୫ ରୁ ୩୦ ଭକ୍ତଙ୍କୁ ମନ୍ଦିର ବେଢା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।
୪- ୧୦ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।
୫- ପ୍ରସାଦ ବିକ୍ରି, ଭୋଗ, ଚନ୍ଦନ, ସିନ୍ଦୂର, ଆଦି ମନା ସହ କେବଳ ଦର୍ଶନ ପାଇଁ ହିଁ ଅନୁମତି।
୬- ମନ୍ଦିର ଭିତରେ ଦୋକାନଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।
୭ – ମନ୍ଦିର ପରିସରରେ ମାନସିକଧାରୀ ଚୁଳ ସମର୍ପଣ କରିପାରିବେ ନାହିଁ। ୮-ଗେଟ୍ ନମ୍ବର-୫ରେ ପ୍ରବେଶ କରି ଭକ୍ତମାନେ ଗାଡି ପୂଜା କରିପାରିବେ। ୯-ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ।

Leave A Reply

Your email address will not be published.