ଭୁବନେଶ୍ୱର ନ୍ୟୁ ରେଳଷ୍ଟେସନ ଖାଁ ଖାଁ

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରଣୀଉଦ୍ୟାନ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ କରାଯାଇଥିବା ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନ ଖାଁ ଖାଁ ରହୁଛି|ରେ ରେଳଷ୍ଟସନ କେବଳ ରେଳବାଇ କର୍ମଚାରୀ ଏବଂ ମାଲବାହି ଟ୍ରେନ କୁ ଛାଡି ଦେଲେ ଷ୍ଟେସନରେ ଜଣେ ମଧ୍ୟ ଯାତ୍ରୀ ଦେଖିବାକୁ ମିଳୁ ନାହଁନ୍ତି। ଫଳରେ ଭୁବନେଶ୍ବର ନ୍ୟୁ ରେଳ‌େ‌ଷ୍ଟସନ ନିର୍ମାଣ ପ୍ରକୃତ ସାଧିତ ହୋଇ ପାରିନି।୧୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ନ୍ୟୁ ଭୁବନେଶ୍ବର ରେଳଷ୍ଟେସନରେ ୧୭ ଜୁଲାଇ ୨୦୧୮ ମସିହାରେ ପ୍ରଥମ କରି ପାସେଞ୍ଜର ଟ୍ରେନରେ ଯାତ୍ରା କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବର୍ତ୍ତମାନ କରୋନା କଟକଣା କାରଣରୁ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଫଳରେ ଏଠରେ କୈଣସି ଯାତ୍ରୀବାହୀ ଟ୍ରେନ୍‌ ରହୁନାହିଁ| ରେଳବାଇ ପକ୍ଷରୁ ସୂଚନା ମିଳିଛି ଯେ ପାସେଞ୍ଜର ଟ୍ରେନରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉନାହଁନ୍ତି। ଫଳରେ ଭୁବନେଶ୍ବରରେ ଥିବା ସମସ୍ତ ପାସେଞ୍ଜର ହଲ୍ଟ କୁ ଅନିର୍ଦି‌ଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ରେଳବାଇ ନିୟମ ମୁତାବକ ସର୍ବନିମ୍ନ ୫୦ ଯାତ୍ରୀ ହେଉନଥିବା ଷ୍ଟେସନ ଏବଂ ପାସେଞ୍ଜର ହଲ୍ଟ ଗୁଡିକରେ ଟ୍ରେନ ରହଣୀ ବନ୍ଦ ରହିଛି।

gpkandhamal

Umasankar Adv

Leave A Reply

Your email address will not be published.