ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ) : କମିସନରେଟ୍ ପୁଲିସର ସହାୟତାରେ ଏସଟିଏଫ୍ ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

gpkandhamal

ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ ଏସଟିଏଫ୍ ଚଢାଉ କରି ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଥିଲା। ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଅପରାଧ ସାମଗ୍ରୀ ସହିତ ନଗଦ ୧୨୫୮୦ ଟଙ୍କା ଜବତ କରାଯାଇଛି | ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି।

Umasankar Adv
Leave A Reply

Your email address will not be published.