ସ୍କୁଲ ଫି କୋହଳ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): କୋହଳ ହେବ ସ୍କୁଲ ଫି। ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ ସହ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ସମସ୍ତ ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

gpkandhamal

ସ୍କୁଲ ଫି କୋହଳ କରିବା ନିଷ୍ପତ୍ତି ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଗତ ୧୦ ତାରିଖରେ ରାୟ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କଠାରୁ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଛା ଆଦାୟ କରାଯାଇ ପାରିବନି । ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ଫି ଛାଡ଼ କରାଯିବ ନାହିଁ । ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ବାର୍ଷିକ ଫି ୧ ଲକ୍ଷରୁ ଅଧିକ ହୋଇଥିଲେ ୨୬ ପ୍ରତିଶତ ଛାଡ଼, ୭୨ ହଜାରରୁ ଅଧିକ ୧ ଲକ୍ଷରୁ କମ ହୋଇଥିଲେ ୨୫ ପ୍ରତିଶତ ଛାଡ଼, ୪୮ ହଜାରରୁ ଅଧିକ ୭୨ ହଜାରରୁ କମ ହୋଇଥିଲେ ୨୦ ପ୍ରତିଶତ ଛାଡ଼, ୨୪ ହଜାରୁ ଅଧିକ ୪୮ ହଜାରରୁ କମ ହୋଇଥିଲେ ୧୫ ପ୍ରତିଶତ ଛାଡ଼, ୧୨ ହଜାରରୁ ଅଧିକ ୨୪ ହଜାରୁ କମ ହୋଇଥିଲେ ୧୨ ପ୍ରତିଶତ ଛାଡ଼, ୬ ହଜାରରୁ ଅଧିକ ୧୨ ହଜାରରୁ କମ ହୋଇଥିଲେ ୭.୫ ପ୍ରତିଶତ ଛାଡ଼ କରାଯିବ । ସ୍କୁଲ ଫି’କୋହଳ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ ହାଇକୋର୍ଟ।

Umasankar Adv
Leave A Reply

Your email address will not be published.