ଭାରତୀୟ ବାୟୁସେନାର ଏମଆଇଜି-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ

ଭାରତୀୟ ବାୟୁସେନାର ଏକ ଏମଆଇଜି-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ୍ ଏ. ଗୁପ୍ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ ବିମାନଟି ମଧ୍ୟ ଭାରତର ଏକ ଏୟାର ବେସରୁ ଏକ ଯୁଦ୍ଧ ପ୍ରଶିକ୍ଷଣ ମିଶନ୍ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାରେ ଶିକାର ହୋଇଛି । ଏହି ଦୁର୍ଘଟଣାରେ ଗ୍ରୂୁପ କ୍ୟାପଟେନ୍ ଙ୍କ ମୃତ୍ୟୁ ପରେ ଗଭୀର ସମବେଦନା ଜଣାଇଛି ଭାରତୀୟ ବାୟୁସେନା । ବାୟୁସେନା ପକ୍ଷରୁ କୁହାଯାଇଛି କି ମୃତ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ପରିବାରକୁ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ଆଦେଶ ଦିଆଯାଇଛି ।

Leave A Reply

Your email address will not be published.