ପିଓକେ : ଜାରି ରହିଛି ଭାରତର ଅପରେସନ୍ ସିନ୍ଦୂର । ମଙ୍ଗଳବାର ରାତିରେ ପାକିସ୍ତାନ ଓ ପିଓକେରେ ପଶି ଆତଙ୍କବାଦୀ ଏକାଧିକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି । ପାକିସ୍ତାନ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଛି ’ଅପରେସନ୍ ସିନ୍ଦୁର’ । ସେହିପରି ପାକିସ୍ତାନ ଭାରତର ୧୫ଟି ସହରକୁ ଟାର୍ଗେଟ୍ କରିବା ପରେ ଦୃଢ଼ ଜବାବ ଦେଇଛି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନାର ଏସ-୪୦୦ ଏୟାର ଡିଫେନ୍ସ ପ୍ରତିଟି ଆକ୍ରମଣକୁ ବିଫଳ କରିଛି । ଭାରତ ଜବାବ ଦେବାକୁ ଯାଇ ରାୱଲପିଣ୍ଡି, ଲାହୋର ଓ କରାଚି ଭଳି ପ୍ରମୁଖ ସହରରେ ଘନଘନ ଆକ୍ରମଣ କରିଛି ।
ଗତକାଲି କରାଚିରେ ସକାଳ ୧୦ଟା ବେଳେ ଡ୍ରୋନରେ ଆକ୍ରମଣ କରିଥିଲା ଭାରତ । ଆକ୍ରମଣରେ ଅନେକ ଘରର ଛାତ ଉଡ଼ିଯାଇଛି । ଯାହା ପରେ କରାଚିରେ ବ୍ଲାକଆଉଟ୍ କରାଯାଇଛି, କାରଣ ବିଦ୍ୟୁତ ତାର ବିପୁଳ ମାତ୍ରାରେ କ୍ଷତି ହୋଇଛି । ଏହାପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୩ ସେନାମୁଖ୍ୟ ଉପସ୍ଥିତ
ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ। ସିଡିଏସଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି ରାଜନାଥ ସିଂହ। ବୈଠକରେ ଉପସ୍ଥିତ ୩ ସେନାମୁଖ୍ୟ ଉପସ୍ଥିତ ଅଛନ୍ତି। ପାକିସ୍ତାନର ଆକ୍ରମଣ ଓ ଭାରତର ପାଲଟା ଜବାବ ଉପରେ ଚର୍ଚ୍ଚା ଚାଲିଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଥିତି ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
ପାକିସ୍ତାନର ଆତଙ୍କବାଦୀ ଲିଙ୍କ୍, ପ୍ରମାଣ ଦେଖାଇଲ ଭାରତ
ପାକିସ୍ତାନର ଆତଙ୍କବାଦୀ ଲିଙ୍କ୍ । ପ୍ରମାଣ ଦେଖାଇଲ ଭାରତ। ବ୍ରିଟେନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ପ୍ରମାଣ ଦେଖଇଛନ୍ତି । ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହାଫିଜ ଅବଦୁଲ ରାଉଫ ସହ ଛିଡ଼ା ହୋଇଛି ପାକିସ୍ତାନ ଆର୍ମୀ । ଭାରତର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲା ଆତଙ୍କବାଦୀ ହାଫିଜ ଅଦୁଲ ରାଉଫ । ଏହି ଶେଷକୃତ୍ୟରେ ସେନା ଅଧିକାରୀ ବି ସାମିଲ ହୋଇଥିଲେ । ଭାରତୀୟ ହାଇକମିଶନର ଶେଷକୃତ୍ୟ ସମୟର ଏହି ଫଟୋ ଦେଖାଇଛନ୍ତି। ଆତଙ୍କବାଦୀ ହାଫିଜ ଅଦୁଲ ରାଉଫ ଊପରେ ଆମେରିକାର କଟକଣା ରହିଛି ।
ଭାରତର କଡ଼ା ଜବାବ, ରୁଷ ନିର୍ମିତ ଏସ-୪୦୦ ବ୍ୟବହାର ହୋଇଥିଲା
ପାକିସ୍ତାନ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତ ରୁଷ ନିର୍ମିତ ଏସ-୪୦୦ ବ୍ୟବହାର କରିଥିଲା । ଏହାସହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସରଫେସ ଟୁ ଏୟାର ମିସାଇଲ ଆକାଶ ସହ ଅନେକ ଆଣ୍ଟି ଡ୍ରୋନ୍ ସିଷ୍ଟମ ବ୍ୟବହାର କରିଥିଲା ଭାରତୀୟ ସେନା । ରାଡାର, କମାଣ୍ଡ ଓ କଣ୍ଟ୍ରୋଲ ସିଷ୍ଟମ ସହ ଇଣ୍ଟିଗ୍ରେଟେଡ୍ ହୋଇ ଥିବା ବ୍ୟବସ୍ଥା ଜରିଆରେ ତୁରନ୍ତ ବିପଦକୁ ଠାବ କରି ତାକୁ ନଷ୍ଟ କରାଯାଇଥିଲା ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆମେରିକା ବୈଦେଶିକ ସଚିବ
ଉତ୍ତେଜନା ହ୍ରାସ କର ଏବଂ ହିଂସା କମାଅ । ଉଭୟ ଭାରତ ଓ ପାକିସ୍ତାନକୁ କହିଛି ଆମେରିକା । ଏ ନେଇ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ କଥା ହୋଇଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ। ଭାରତ-ପାକିସ୍ତାନ ମଧ୍ୟରେ ସିଧା କଥାବାର୍ତ୍ତାକୁ ସମର୍ଥନ କରନ୍ତି ବୋଲି କହିଛନ୍ତି ରୁବିଓ ।
ସକାଳ ୧୦ରେ ବସିବ MEAର ପ୍ରେସମିଟ, ପାକିସ୍ତାନର ଆକ୍ରମଣ ନେଇ ଦିଆଯିବ ସୂଚନା
ସକାଳ ୧୦ରେ ବସିବ MEAର ପ୍ରେସମିଟ। ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ଜଏଣ୍ଟ ବ୍ରିଫ କରିବ ବୈଦେଶିକ ବ୍ୟାପାର ମନ୍ତ୍ରାଣଳୟ। ପାକିସ୍ତାନର ଆକ୍ରମଣ ନେଇ ଦିଆଯିବ ସୂଚନା। ଭାରତର ପାଲଟା ଆକ୍ରମଣ ନେଇ ମଧ୍ୟ ଦିଆଯିବ ସୂଚନା
ଆରବ ସାଗରରେ ନୌସେନାର ଅପରେସନ ଆରମ୍ଭ
ଆରବ ସାଗରରେ ନୌସେନାର ଅପରେସନ ଆରମ୍ଭ । ଭାରତର ବିଭିନ୍ନ ସ୍ଥାନରେ ପାକିସ୍ତାନର ମିସାଇଲ ଓ ଡ୍ରୋନ୍ ଷ୍ଟ୍ରାଇକ ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଅପରେସନ ଆରମ୍ଭ କରିଛି ନୌସେନା । ପାକିସ୍ତାନର ଏକଧିକ ସ୍ଥାନକୁ ଟାର୍ଗେଟ୍ କରିଥିବା ସୂଚନା ମିଳିଛି ।
ପାକିସ୍ତାନର ସବୁ ଆକ୍ରମଣର ଜବାବ ଦିଆଯିବ: ଭାରତୀୟ ଆର୍ମୀ ଅନ୍ୟପଟେ ପାକିସ୍ତାନର ସବୁ ଆକ୍ରମଣର ଜବାବ ଦିଆଯିବ । ପୂରା ଫୋର୍ସର ସହ ଜବାବ ଦିଆଯିବ ବୋଲି କହିଛି ଭାରତୀୟ ଆର୍ମୀ । ଦେଶର ସାର୍ବଭୌମତା ଏବଂ ଆଞ୍ଚଳିକ ଏକତା ରକ୍ଷା ପାଇଁ ସେନା ପ୍ରତିବଦ୍ଧ ବୋଲି ଆର୍ମୀ ପକ୍ଷରୁ କୁହାଯାଇଛି । ପାକିସ୍ତାନର ସବୁ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣକୁ ପ୍ରତିହତ କରାଯାଇଛି। ଏଲଓସିରେ ପାକିସ୍ତାନ ସିଜ୍ ଫାୟାର ଉଲଂଘନ ଜାରି ରଖିଥିବା କହିଛି ସେନା ।