ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିମୟ ଚାଲିଛି । ଏହି ଗୁଳିମାଡ଼ରେ ଜଣେ ଭାରତୀୟ ସେନାର ଜଣେ ସୈନିକ ସହିଦ ହୋଇଥିଲେ । ଆପଣଙ୍କୁ କହିରଖଉଛୁ ଯେ, ୭ମେ ରେ ଭାରତୀୟ ସେନା ଆତଙ୍କବାଦ ବୁରୁଦ୍ଧରେ ଅପରେସନ୍ ସିନ୍ଦୂର ଚଳାଇଥିଲେ, ସେବେଠାରୁ ସୀମାରେ ଲଗାତର ଗୁଳିଚାଳନା ଜାରି ରହିଛି । ବୁଧବାର ଦିନ ଅର୍ଥାତ୍ ଗତ କାଲି ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରବଳ ଗୁଳିମାଡ଼ ସମୟରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ସୈନିକ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଥିଲେ । ତାଙ୍କୁ ୫ମ ଫିଲ୍ଡ ରେଜିମେଣ୍ଟରେ ନିୟୁକ୍ତି ଦିଆଯାଇଥିଲା । ଭାରତୀୟ ସେନାର ହ୍ବାଇଟ ନାଇଟ୍ କର୍ପସ ତାଙ୍କ ବଳିଦାନକୁ ସଲାମ କରିଛି । ହ୍ବାଇଟ୍ ନାଇଟ୍ କର୍ପସର ଜିଓସି ଏବଂ ସମସ୍ତ ସୈନିକ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ତାଙ୍କ ସାହସିକତା ଏବଂ ଦେଶ ପାଇଁ ତାଙ୍କର ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେନା ଏହା ମଧ୍ୟ କହିଛି ଯେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ଦ୍ବାରା ନିରୀହ ନାଗରିକଙ୍କ ଉପରେ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହିତ ଠିଆ ହୋଇଛି । ଏହି ଆକ୍ରମଣଗୁଡିକ ଅଞ୍ଚଳରେ ଉତ୍ତେଜନା ଏବଂ ଭୟ ସୃଷ୍ଟି କରିଛି । ଅନ୍ୟପଟେ, ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ବାରା କରାଯାଇଥିବା ମିଲିଟାରୀ ଆକ୍ସନ ପରେ, ପାକିସ୍ତାନର ଆତଙ୍କ ସ୍ପଷ୍ଟ ଭାବରେ ଦେଖାଯାଉଛି । ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରୀଫ୍ ବୁଧବାର ରାତିରେ ଦେଶକୁ ସମ୍ବୋଧିତ କରିବା ସମୟରେ ଏକ କଡ଼ା ବୟାନ ଦେଇ ଭାରତକୁ କଠୋର ପରିଣାମ ଭୋଗିବାକୁ ଧମକ ଦେଇଥିଲେ । ଶାହବାଜ ସରିଫ୍ କହିଛନ୍ତି, ‘‘ଗତ ରାତିରେ ଭାରତ କରିଥିବା ଭୁଲ୍ ପାଇଁ ତାକୁ ବହୁତ୍ ମୂଲ୍ୟ ଦେବାକୁ ପଡିବ’’ । ଏଥି ସହ ତାଙ୍କ ଭାଷଣରେ ଦେଶବାସୀଙ୍କୁ ସମ୍ବୋଧୀତ କରି ପାକ୍ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଆମ ଦେଶକୁ ସୁରକ୍ଷା ଦେବା ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିବୁ । ସେ ଦାବି କରିଥିଲେ ଯେ ପାକିସ୍ତାନ ଜବାବ ଦେଇଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ଭାରତକୁ ପଛକୁ ଠେଲି ଦେଇଥିଲା । ପାକ୍ ପ୍ରଧାମନ୍ତ୍ରୀ ଦାବି କରିଛନ୍ତି ଯେ ଭାରତର ଆକ୍ସନ ଯୋଗୁଁ ଏପର୍ଯ୍ୟନ୍ତ ୨୬ ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । ଏଥି ସହ ୪୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ବୁଧବାର ରାତି ୧:୦୫ ରୁ ୧:୩୦ ପର୍ଯ୍ୟନ୍ତ ୨୫ ମିନିଟ୍ ମଧ୍ୟରେ, ଭାରତ ପାକିସ୍ତାନ ଅଧିକ୍ରୁତ କାଶ୍ମୀରର ୫ଟି ସ୍ଥାନରେ ପ୍ରବେଶ କରି ୪ଟି ସ୍ଥାନରେ ୯ଟି ବଡ଼ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି । ଯେଉଁଥିରେ ହାଫିଜ୍ ସଇଦଙ୍କଠାରୁ ଆରମ୍ଭ କରି ମାମୁଦ ଆଝାର ପର୍ଯ୍ୟନ୍ତ, ସେହି ଆତଙ୍କୀ ଆଡ୍ଡା ଏବଂ ମର୍କଜକୁ ସାମିଲ କରାଯାଇଛି । ଯେଉଁଠାରେ ପ୍ରାୟ ତିନି ଦଶନ୍ଧି ଧରି ହାଫିଜ୍ ଏବଂ ମାମୁଦ୍ ଆତଙ୍କବାଦୀକୁ ଟ୍ରେନିଂ ଦେଇ ଭାରତରେ ଆକ୍ରମଣ କରୁଛନ୍ତି ।