ରେକର୍ଡ଼ ଭାଙ୍ଗିଲା କରୋନା ସଂକ୍ରମଣ

ରାଜ୍ୟକୁ ରାଜ୍ୟ ମାଡ଼ି ଚାଲିଛି କରୋନା ସଂକ୍ରମଣର ଦ୍ୱିତୀୟ ଲହଡ଼ି। ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ବି ଏଥିରେ ସାମିଲ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪୬ ଜଣ ନୂଆ ରୋଗୀ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଜାନୁୟାରୀ ୨୨ ତାରିଖ ପରେ ଏହା ଦ୍ୱିତୀୟ ସର୍ବବୃହତ ବିସ୍ଫୋରଣ। ଏହି ପ୍ରକାର ବୃଦ୍ଧିକୁ ଦେଖି ଉଭୟ ପ୍ରଶାସନ ଓ ଜନସାଧାରଣ ଆତଙ୍କିତ ହୋଇଛନ୍ତି। ତୁରନ୍ତ ଏହି ବିସ୍ଫୋରଣକୁ ନିୟନ୍ତ୍ରଣରେ ରଖିବା ଲାଗି ମୁଖ୍ୟ ରିଲିଫ୍ କମିଶନର ଜରୁରୀ ଆଲୋଚନା କରିଛନ୍ତି।

gpkandhamal

ଜାନୁୟାରୀ ୨୨ ତାରିଖରେ ରାଜ୍ୟରେ ୧୫୦ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଥିଲା। କ୍ରମାଗତ ଭାବେ ଏହି ସଂଖ୍ୟା କମିବା ପରେ ରାଜ୍ୟରେ କଟକଣା କୋହଳ ବି କରାଯାଇଥିଲା। ବାରମ୍ବାର ପ୍ରତିଶେଧକ ନେଇ ଗମନାଗମନ କରିବାକୁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ଜନସାଧାରଣ ତାହାକୁ ହାଲୁକା ଭାବେ ନେଉଥିଲେ। ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି।

Umasankar Adv
Leave A Reply

Your email address will not be published.