କନ୍ଧମାଳରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା, ୩୦ ମାସରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

କନ୍ଧମାଳ ଗସ୍ତରେ ଯାଇ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡଆନ୍ ଏବଂ ପୂର୍ତ୍ତ ବିଭାଗ ସଚିବ । ଫୁଲବାଣୀରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ୪୫୦ କୋଟି ଟଙ୍କା ବ୍ୟୟରେ ହେବ । ମେଡିକାଲ କଲେଜ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଫୁଲବାଣୀରେ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଥିଲା । ଫୁଲବାଣୀ ମେଡିକାଲ କଲେଜରେ ୧୦୦ ସିଟ୍ ସହ ୫୦୦ ଶଯ୍ୟା ରହିବ ।

Umasankar Adv
gpkandhamal

ନିର୍ମାଣ କାର୍ଯ୍ୟ ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମେଡିକାଲ କଲେଜ ନିର୍ମାଣ ସାରିବା ଲାଗି କଞ୍ଚାମାଲ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ମେଡିକାଲ କଲେଜ ନିର୍ମାଣ ଲାଗି ଚିହ୍ନିତ ହୋଇଥିବା ସ୍ଥାନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ଚାରିପଟେ ଗଛ ଲଗାଇଭାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଡ୍ରେନେଜ୍ ଓ ଜଳ ସଂରକ୍ଷଣ ଲାଗି ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିଭଳି 5T ସଚିବ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ବିଶ୍ରାମ ଗୃହ ଓ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଡାକ୍ତର ଓ କର୍ମଚାରୀଙ୍କ ଲାଗି ପରିବେଶ ଉପଯୋଗୀ ବ୍ୟବସ୍ଥା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ମେଡିକାଲ କଲେଜ ପରିସରରେ ଅଟୋ, ଟ୍ୟାକ୍ସି ଷ୍ଟାଣ୍ଡ ଏବଂ ଏନ୍ଏଚ୍ ନିକଟ ହୋଇଥିବାରୁ ଦୁର୍ଘଟଣା ରୋକିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ।

Leave A Reply

Your email address will not be published.