ମାର୍କେଟ୍ ବିଲ୍ଡିଂରେ ବିଏମସିର ରେଡ୍

ବିଏମସି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମାର୍କେଟରେ ନିୟମ ମାନୁନାହାଁନ୍ତି ଲୋକ । କିଏ ମାସ୍କ ପିନ୍ଧୁନି ତ ଆଉ କେଉଁଠି ଲାଗୁଛି ଲମ୍ବା ଲାଇନ୍, ରହୁନି ସାମାଜିକ ଦୂରତା । ଏସବୁ ନଜରକୁ ଆସିବା ପରେ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ବିଏମସିର କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରେଡ୍ କରିଛି ।କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ବିଏମସି ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ ମେଗା ମାର୍ଟକୁ ସିଲ୍ କରି ଦେଇଛି । କ୍ୱିନ୍ସ କଲେକ୍ସନ ଠାରୁ ୧୦ ହଜାର ଟଙ୍କା ଆଦାୟ କରାଯାଇଛି । କରୋନା କଟକଣା ମାନୁ ନଥିବାରୁ କୋଲକାତା ବଜାର ଓ ସିଟି ଫ୍ୟାସନ ଠାରୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି

Leave A Reply

Your email address will not be published.