ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ଘଟଣା

ପିପିଲ ଉପନିର୍ବାଚନ ପ୍ରଚାର ରାଲିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ଘଟଣା । ରାଇଗୁରପୁରୁ ଗାଁରେ ବିଜେପିର ପ୍ରାର୍ଥୀ ପ୍ରଚାର କରୁଥିବା ସମୟରେ ଜଣେ ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଯେ ବିଜେଡି କେବେ ବି ହିଂସାକୁ ପ୍ରଶୟ ଦିଏନାହିଁ । ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା । ବିଜେପି କେବଳ ପରାଜୟ ଭୟରେ ଏଭଳି ମିଥ୍ୟା ଅଭିଯୋଗ କରୁଛି ବୋଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ କହିଛନ୍ତି ।ଆକ୍ରମଣ ନେଇ ବିଜେପି ମିଛ ଅଭିଯୋଗ କରି ଧାରଣା ଦେଇ ଶସ୍ତା ମାଇଲେଜ୍ ନେବା ପାଇଁ ଏଭଳି ନାଟକ କରୁଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବିରେ ବିଜେପି ଥାନା ଘେରାଉ କରିଥିଲା । ସେପଟେ ବିଜେପିର ନାଟକବାଜି ପ୍ରତିବାଦରେ ବିଜେଡି କର୍ମୀମାନେ ଥାନା ଘେରାଉ କରିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ପିପିଲି ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.