ମୋ ସ୍ୱାମୀଙ୍କୁ ଝିଅ ଯୋଗାଇବାକୁ ପ୍ରେସର ଦେଉଥିଲେ କମାଣ୍ଡାଣ୍ଟ ଡିସିପି

ସ୍ୱାମୀକୁ ଝିଅ ଯୋଗାଇବାକୁ ପ୍ରେସର ଦେଉଥିଲେ କମାଣ୍ଡାଣ୍ଟ ଡିସିପି । ଆର୍ମଡ ବିଜୟ କୁମାର ସାହୁଙ୍କ ନାଁରେ ସିପାହୀଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ । ଝିଅ ନଦେବାରୁ ବଦଳି କରିଦେବା ନେଇ ଧମକ ଦେଉଥିଲେ, ଫଳରେ ସ୍ବାମୀ ମାନସିକ ଭାବେ ଚାପଗ୍ରସ୍ତ ରହୁଥିବା ନେଇ ଅଭିଯୋଗ ଆଣିଲେ ଜଣେ ସିପାହୀଙ୍କ ପତ୍ନୀ ।

gpkandhamal

ଅଭିଯୋଗ ଅନୁସାରେ, ମହିଳାଙ୍କ ସ୍ବାମୀ ନିହାର ରଞ୍ଜନ ନାୟକ OSAP ସପ୍ତମ ବାଟାଲିଅନରେ ଫ୍ୟାମିଲି ଓ୍ବେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି । ସିପାହୀ ଜଣକ ମହିଳାଙ୍କୁ ଟେଲରିଂ ଶିଖାନ୍ତି । ତେବେ OSAP ସପ୍ତମ ବାଟାଲିଅନ ଡିସିପି- ଆର୍ମଡ ବିଜୟ ତାଙ୍କ ସ୍ବାମୀଙ୍କୁ ଝିଅ ଯୋଗାଇଦେବାକୁ ବାରମ୍ବାର ଜିଦ୍‌ କରନ୍ତି ବୋଲି ଅଭିଯୋଗ ହୋଇଛି ।

Umasankar Adv
Leave A Reply

Your email address will not be published.