ରାଜ୍ୟରେ ୫୮୮ ପଜିଟିଭ ଚିହ୍ନଟ

ରାଜ୍ୟରେ ବେକାକୁ ହେଲାଣି କରୋନା।  ଗତ ୨ ଦିନ ହେଲାଣି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଛି। ଗତକାଲି ଦୈନିକ ସଂକ୍ରମଣ ସଂଖ୍ୟା  ୫୭୩ ଥିବା ବେଳେ ଆଜି ଏହି ସଂଖ୍ୟା ୫୮୮ରେ ପହଞ୍ଚିଛି।ଏହାବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ପାର୍‌ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪ ଓ ଝାରସୁଗୁଡ଼ାରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୩୦, ନୂଆପଡ଼ାରୁ ୨୯, ସମ୍ବଲପୁରରୁ ୨୮, ଗଞ୍ଜାମରୁ ୨୭, ପୁରୀରୁ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ବରଗଡ଼ରୁ ୨୧, ଯାଜପୁରରୁ ୧୫, ବାଲେଶ୍ୱରରୁ ୧୩, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୧ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଷ୍ଟେଟ୍ ପୁଲ୍‌ରୁ ୨୩ ପଜିଟିଭ ବାହାରିଛନ୍ତି

Leave A Reply

Your email address will not be published.