ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ

କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ।  ଗତ ଗୁରୁବାର ରାତିରେ ବାଘମାରା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ମେଣ୍ଢା ଗୁରୁତର ହୋଇଥିଲେ।  ତେବେ ଗତ କାଲି ରାତିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କ  ମୃତ୍ୟୁ  ହୋଇଥିବା ବେଳେ ୭ ଆହତ ହୋଇଛନ୍ତି।ନିଆଳି ବ୍ଲକ ତିହୁଡି ପଞ୍ଚାୟତ ବଘମରା ଗ୍ରାମର ବିରଞ୍ଚି ଦାସଙ୍କ ଗୁହାଳରେ ଲଗାତାର ଘଟି ଚାଲିଛି ଏଭଳି ଅଭାବନୀୟ ଘଟଣା। ଗତ ୨ ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ସହ ସହ ମେଣ୍ଢା ମରିଥିଲେ। ଅନେକ ଚାଷୀ ସର୍ବଶ୍ୱାନ୍ତ ହୋଇଥିଲେ। ଏବେ ପୁଣି ଅଜଣା ଜନ୍ତୁର ଆକ୍ରମଣ ଆରମ୍ଭ ହୋଇଥିବାରୁ ମେଣ୍ଢା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବନ ବିଭାଗ ଏହି ଘଟଣାକୁ ଖାମଖିଆଲି କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.