ଫୋକସ୍‌ରେ ନାଇଟ୍‌ କ୍ଲବ୍

ରାଜ୍ୟରେ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଏଥିଲାଗି ଆମକୁ ସଜାଗ ରହିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସମୀକ୍ଷା ପରେ ଯାହା ନିର୍ଦେଶ ଦେଇଛନ୍ତି ତାକୁ ମାନିବାକୁ ପଡିବ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଛତିଶଗଡ଼ ସୀମାନ୍ତ ଜିଲ୍ଲାର ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ବହୁ ପ୍ରଭାବିତ ରାଜ୍ୟରୁ ଲୋକମାନେ ରାଜଧାନୀକୁ ଆସୁଥିବାରୁ ସଂଖ୍ୟା ବଢ଼ୁଛି ।ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍କ୍ରିନିଂ କରିବା ଦ୍ୱାରା ଏହା ଜଣାପଡୁଛି।  ଗତଥର କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା ତାକୁ ଆଧାର କରି ଆଗକୁ ବଢିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଡିଏମ୍ଇଟି ।

Leave A Reply

Your email address will not be published.