କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ

ରାଜ୍ୟରେ ମହାମାରୀ ଏବେ ୮୦୦ ମୁହାଁ ହେଉଥିବା ବେଳେ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଚେତାଇ ଦେଇଛନ୍ତି  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଉଛି ।

gpkandhamal

ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି  । ଜିଲ୍ଲାପାଳ ଓ ପୁଲିସ୍‌ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଆଜି ଉନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । କରୋନା ମୁକାବିଲା ପାଇଁ ଔଷଧ, ବେଡ଼, ଅକ୍ସିଜେନ ସବୁ ମହଜୁଦ ରଖାଯାଇଛି। ତେବେ ଯଦି ସଚେତନ ନ ହେବା ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Umasankar Adv
Leave A Reply

Your email address will not be published.