କଟକରେ କଳା ପଲସର ଆତଙ୍କ

କଟକରେ କଳା ପଲସର ଆତଙ୍କ । ସକାଳୁ ସକାଳୁ କଳା ପଲସରରେ ଆସି ଦଂପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କଟକର ଭିଆଇପି ଏରିଆ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଘଟଣା।  ସକାଳେ ସ୍ୱାମୀ-ସ୍ତ୍ରୀ ମର୍ଣ୍ଣିଂ ଓ୍ୱାକ କରି ଫେରିବାବେଳେ ସେକ୍ଟର ୧୦ ଫୁଟବଲ୍  ପଡ଼ିଆ ପାଖରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।ଗୋଟିଏ କଳା ପଲସରରେ ୩ ଜଣ ଆସି ପ୍ରଥମେ ସ୍ୱାମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ବେକରୁ ସୁନା ଚେନ୍  ଲୁଟିବା ପରେ ସ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସ୍ତ୍ରୀଙ୍କ ବେକରେ ଖଣ୍ଡା ଲଗାଇଦେବାରୁ ସେ ନିଜର ଚେନ୍ ଓ କାନଫୁଲ କାଢ଼ି ଧରାଇ ଦେଇଥିଲେ।

Leave A Reply

Your email address will not be published.