୧୮ରୁ ୪୪ବର୍ଷ ବୟସର ସ୍ୱାସ୍ଥ୍ୟକର୍ମୀ ଓ ପୌର ସଂସ୍ଥାର ସବୁ କର୍ମଚାରୀ ନେବେ କୋଭିଡ୍ ଟିକା

୧୮ରୁ ୪୪ବର୍ଷ ବୟସର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କୋଭିଡ୍ ଟିକା ପ୍ରଦାନ କରାଯିବ। ଗତକାଲି କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶ ଦେବାପରେ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହାସହିତ ନିର୍ବାଚନ କାର୍ଯ୍ୟରେ ସମାିଲ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବିଭାଗ ସହ ଜଡ଼ିତ ଥିବା ୧୮ରୁ ୪୪ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ତେବେ ଏହି ଟିକା କେବଳ ସରକାରୀ ହସ୍ପିଟାଲରେ ପ୍ରଦାନ କରାଯିବ। ଏଥିପାଇଁ ଅନଲାଇନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପଞ୍ଜିକୃତ ହେବାକୁ ପଡ଼ିବ। ନିଜର ଫଟୋ ପରିଚୟ ପତ୍ର, ଯେଉଁଠି ଚାକିରି କରିଥିବେ ତା’ର ପ୍ରମାଣପତ୍ର ଦେବାକୁ ପଡ଼ିବ। ଏହା ସହିତ ଟିକାକରଣ ପାଇଁ ପଞ୍ଜିକରଣ ପୂର୍ବରୁ କୋୱିନ୍ ସିଷ୍ଟମରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଅବା ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କ ନିଯୁକ୍ତି ପ୍ରମାଣପତ୍ରକୁ ଯାଂଚ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଯେଉଁ କର୍ମଚାରୀମାନେ ବାକି ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.