ରାଜ୍ୟରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ରାଜ୍ୟରେ ସନ୍ଧ୍ୟା ସାଢେ ୬ ଟା ମଧ୍ୟରେ ହୋଇପାରେ ଘୂର୍ଣ୍ଣିଝଡ ଓ ବଜ୍ରପାତ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସୂଚନାରେ କୁହାଯାଇଛି କି ରାଜ୍ୟରେ ୧୨ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାହେବା ସହ ଅନ୍ୟ ଜିଲ୍ଲାମାନଙ୍କରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ହୋଇପାରେ । ଏନେଇ ଭୂବନେଶ୍ୱର ପାଣିପାଗ ବିଭାଗର ସୂଚନା ମୁତାବକ ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.