କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ହତାଦର ଅଭିଯୋଗ

ରାଜଧାନୀର କ୍ୟାପିଟାଲ ହସ୍ପିଟାଲର ରୋଗୀ ସେବାର ଅସଲ ଚିତ୍ର । ଗତାକାଲି ରାତିରେ ରାଜଧାନୀ ଲକ୍ଷ୍ମୀସାଗର ଅଂଚଳରେ ଘରେ ଖସି ପଡିବାରୁ ଜଣେ ମହିଳାଙ୍କ ହାତ ଭାଙ୍ଗି ଯାଇଥିଲା । ତୁରନ୍ତ ଚିକିତ୍ସା ପାଇଁ ଦୌଡି ଆସିଥିଲେ କ୍ୟାପିଟାଲ ହସ୍ପିଟାଲ । ରାତିରେ ଡାକ୍ତର ନଥିବା କାରଣରୁ ଫଲସ୍ ପ୍ଲାଷ୍ଟର କରି ଫେରାଇ ଦେଇଥିଲା ଡାକ୍ତରଖାନା । ଆଜି ସକାଳୁ ପୁଣି ଥରେ ହସ୍ପିଟାଲକୁ ଯାଇଥିଲେ ମୀନତି ସାହୁ ।ସକାଳ ୭ଟାରୁ ଧାଡିରେ ଠିଆ ହୋଇ ଟିକଟ କରି ଅପେକ୍ଷା କରିଥିଲେ । ଦିନ ୧୨ଟାରେ ଡାକ୍ତରଙ୍କ ସହ ଦେଖା ହେଲା । କିନ୍ତୁ ହାତରେ ଚୁଡି ଥିବାରୁ ପ୍ଲାଷ୍ଟର ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ ଡାକ୍ତର ବାବୁ । ଏହି ଘଟଣାରେ ସକାଳ ୭ଟାରୁ ଅପରାହ୍ନ ଯାଏଁ ଅପେକ୍ଷା କରିଥିବା ମୀନତି କ୍ୟାପିଟାଲ ହସ୍ପିଟାଲରୁ ଚିକିତ୍ସା ଟିକିଏ ପାଇ ପାରିଲେ ନାହିଁ । ଶେଷରେ ଏନେଇ ଡାକ୍ତରଖାନାରେ ଡାକ୍ତରଙ୍କୁ ନେହୁରା ହେବା ପରେ ରୋଗୀଙ୍କ ଉପରେ ରାଗି ପାଚି ଲାଲ ହୋଇଯାଇଥିଲେ ଡାକ୍ତର ।

Leave A Reply

Your email address will not be published.