ସୁଶୀଲ ଚନ୍ଦ୍ର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ସୁଶୀଲ ଚନ୍ଦ୍ର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ । ଗତବର୍ଷ  ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ନିର୍ବାଚନ କମିଶନର ଦାୟିତ୍ବ ମିଳିଥିଲା । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିପାରନ୍ତି । 

ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ହେବେ ବୋଲି ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।  ସେ ବର୍ତ୍ତମାନ ନିର୍ବାଚନ କମିଶନର ପଦରେ କାର‌୍ୟ୍ୟ କରୁଛନ୍ତି। ସବୁଠାରୁ ବରିଷ୍ଠ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବା ପରମ୍ପରା ରହିଛି।

Umasankar Adv

କୁହାଯାଉଛି ଯେ ତାଙ୍କ ନାମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋହର ଲାଗିସାରିଛି।  ଏପ୍ରିଲ ୧୩ ଅର୍ଥାତ ମଙ୍ଗଳବାର ଦିନ ସୁଶୀଲ ଚନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏ ନେଇ ଯେ କୌଣସି ସମୟରେ ଆଦେଶ ଜାରି ହୋଇପାରେ। 

gpkandhamal

ବର୍ତ୍ତମାନ ପର‌୍ୟ୍ୟନ୍ତ ସୁନୀଲ ଆରୋରା ସିଇସି ପଦର ଦାୟିତ୍ୱ ତୁଲାଉଥିଲେ।  ବର୍ତ୍ତମାନ ସୁଶୀଲ ଚନ୍ଦ୍ରଙ୍କୁ ଏହି ଦାୟିତ୍ବ ମିଳିବ । ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କର କାର‌୍ୟ୍ୟକାଳ ୧୪ ମଇ ୨୦୨୨ ପର‌୍ୟ୍ୟନ୍ତ ରହିବ। 

ସାଧରଣ ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ଚନ୍ଦ୍ରଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।   ବର୍ତ୍ତମାନ ସେ ସିଇସି ହେବାକୁ ଯାଉଛନ୍ତି।  ନିର୍ବାଚନ ଆୟୋଗରେ ଯୋଗଦେବା ପୂର୍ବରୁ ସେ ସିବିଡିଟିର ମୁଖ୍ୟ ଥିଲେ।

ସୁଶୀଲ ଚନ୍ଦ୍ରଙ୍କ କାର‌୍ୟ୍ୟକାଳ ମଧ୍ୟରେ ଅନେକ ରାଜ୍ୟର ବିଧାନସଭା ଏବଂ ଖାଲି ପଡିଥିବା କେତେକ ସିଟରେ ମତଦାନ ହେବ। ଆସନ୍ତାବର୍ଷ  ମଣିପୁର, ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଏବଂ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.