ପିପିଲି ମୈଦାନରେ ଜୋରସୋର ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ କାର୍ଯ୍ୟକ୍ରମ ଓ ମତଦାତାଙ୍କୁ ଭେଟିବେ ଅପରାଜିତା

ପିପିଲି ଉପନିର୍ବାଚନ ବର୍ତ୍ତମାନ ସେଠାକୁ ବହୁ ହେଭିୱେଟ ନେତାଙ୍କ ଘନ ଘନ ଗସ୍ତ ଜାରି  ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ କାର୍ଯ୍ୟକ୍ରମ ରହିଥିବାବେଳେ ବିଜେପିର ହେଭିୱେଟ ନେତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପିପିଲି ଯାଇ ଭୋଟରଙ୍କୁ ଭେଟିବେ  ।

ଆଜି ଅପରାହ୍ନ ୪ଟାରେ ଭର୍ଚୁଆଲ ମୋଡ୍‌ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବେ। ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ବୈଠକ କରିବେ।

Umasankar Adv
gpkandhamal

ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପିପିଲି ଯାଇ ପ୍ରଚାର କରିବେ । ସେ ପିପିଲି ନିର୍ବାଚନମଣ୍ଡଳୀର ଲକ୍ଷ୍ମୀନାରାୟଣପୁର, ପୁବାଶାସନ, ପୋପରଙ୍ଗା, ଓରକଳ, ଭାରତୀପୁର, ପାଣିଦୋଳ, କଣ୍ଟି ଓ ହରିରାଜପୁରରେ ରାଲି କରିବେ ।

ସୂଚନାଯୋଗ୍ୟ, ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପ୍ରମୁଖ ଆଶ୍ରିତଙ୍କ ପାଇଁ ପ୍ରଚାର କରିଥିଲେ।

Leave A Reply

Your email address will not be published.