ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ମନା

କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅତ୍ୟନ୍ତ ମାରାତ୍ମକ ଥିବା ବେଳେ ଏହାକୁ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଯାହାଫଳରେ କରୋନା ଯୋଗୁଁ ଜନସାଧାରଣଙ୍କୁ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଯିବାକୁ ମନା କରାଯାଇଛି । ମେଲ କିମ୍ବା ହେଲଫ ଲାଇନ ନମ୍ବରରେ ଅଭିଯୋଗ ଜଣାଇବାକୁ ପରାମର୍ଶ ଦିଆଯାଇଛି । ସୁନ୍ଦରଗଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । ରାଜ୍ୟରେ କରୋନା ତାର କାୟା ମେଲାଇ ଚାଲିଛି । ଏପରି ସ୍ଥିତିରେ ଜନସାଧାରଣଙ୍କୁ ଜରୁରୀ କାମ ନଥିଲେ ବାହାରକୁ ବାହାରିବାକୁ ମଧ୍ୟ ବାରଣ କରାଯାଇଛି ।

Leave A Reply

Your email address will not be published.