ମହିଳାଙ୍କ ସହ ଅସଂଯତ ଅବସ୍ଥାର ଭିଡିଓ ଭାଇରାଲ

ଢେଙ୍କାନାଳ ଜିଲ୍ଲାର ଗାଡଶିଳା ଇନ୍-ଚାର୍ଜ ରେଭିନ୍ୟୁ ଇନ୍ସପେକ୍ଟରଙ୍କ ରଞ୍ଜନ ପାଣିଗ୍ରାହୀ ତାଙ୍କ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାର ଭିଡିଓ ଭାଇରାଲ ହେବାପରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ତାଙ୍କୁ ନିଲମ୍ବିତ କରିଛନ୍ତି ।

ଅତିରିକ୍ତ ରାଜସ୍ୱ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିବା ରଞ୍ଜନ ପାଣିଗ୍ରାହୀ ଗତ କିଛି ମାସ ଧରି ଗାଡଶିଳା ସର୍କଲ କାର୍ଯ୍ୟାଳୟର ଇନ୍-ଚାର୍ଜ ଆରଆଇ ଭାବରେ ନିୟୋଜିତ ଥିଲେ ।

Umasankar Adv
gpkandhamal

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ କାର୍ଯ୍ୟାଳୟ ମଧ୍ୟରେ ସେ ମଦ ପିଇ ମହିଳାମାନଙ୍କ ସହ ଏଭଳି ସଂପର୍କ ରଖୁଥିବା ଜଣାପଡିଛି । କିଛି ବାହାର ଲୋକ ମଧ୍ୟ ଆରଆଇଙ୍କ କାର୍ଯ୍ୟାଳୟରେ ଶୋଇଥିବାର ଦେଖିବାକୁ ମିଳିଥିଲା। ସରକାରୀ କାର୍ଯ୍ୟାଳୟକୁ ସେ ତାଙ୍କ ବିଳାସ ପାଇଁ ବୈଶ୍ୟାଳୟରେ ପରିଣତ କରିଥିବା ଦେଖିବାକୁ ମିଳିଛି  ।

ଏହି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଇନ-ଚାର୍ଜ ଆରଆଇକୁ ଛଅ ମାସ ପାଇଁ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ସବ୍ କଲେକ୍ଟରଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏଭଳି ସମ୍ବେଦନଶୀଳ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ଓଡପଡା ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନୁସନ୍ଧାନ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.