କରୋନା କବଳରେ ସୁପ୍ରିମ୍‌କୋର୍ଟର କର୍ମଚାରୀ

ସର୍ବଗ୍ରାସୀ କରୋନା ଏବେ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ଦେଶରେ ୧.୬୮ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁପ୍ରିମ୍‌କୋର୍ଟର ଅଧା କ୍ଲର୍କ ଏବଂ ତଳିଆ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ପଜିଟିଭ୍ ଜଣାପଡ଼ିବା ପରେ ସୁପ୍ରିମ୍‌କୋର୍ଟର ପରିସରକୁ ସାନିଟାଇଜ୍ କରାଯାଇଛି । ଏହାଦ୍ୱାରା କୋର୍ଟର ସାଧାରଣ କାର୍ଯ୍ୟ ରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବିଚାରଧୀନ ମାମଲା ସହିତ ଅନ୍ୟାନ୍ୟ କାର୍ଯ୍ୟ ଭିଡ଼ିଓ କନଫରେନ୍ସିଂରେ କରାଯିବା ନେଇ କୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave A Reply

Your email address will not be published.