ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି ବଡ଼ ଅଫିସରଙ୍କ ହାତ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୩ ଦିନ ବିତିଗଲାଣି ତଥାପି ଏବେବି ପୋଲିସ୍ ର ହାତ ଖାଲି । ସବୁ ଠାରୁ ବଡ଼ ସର୍ଚ୍ଚ ଅପରେସନ୍ ଚଳାଇଥିବା କମିଶନରେଟ୍ ପୋଲିସ୍ ଏବେ ବି ପାଉନି ସେଖ୍ ହାଇଦର ଅଲ୍ଲୀର ପତ୍ତା । ତେବେ ଯେଉଁଭଳି ନାଟକୀୟ ଢଙ୍ଗରେ ହାଇଦର ସୁରକ୍ଷାକର୍ମୀଙ୍କୁ ଚଖମା ଦେଇ ଫେରାର ହେବାରେ ସକ୍ଷମ ହେଲା ଏବେ ତାକୁ ନେଇ ଜୋର ଧରିଛି ସମାଲୋଚନା ।  ଓବୁବେଳେ ରାଜ୍ୟ ପୋଲିସ୍ ର ପାରିବା ପଣିଆ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଥିବା ବେଳେ ଏବେ ହାଇଦର ଫେରାର ମାମଲାରେ ସିଧାସଲକ ସନ୍ଦେହ ଘେରକୁ ଆସିଛି ରାଜ୍ୟ ପୋଲିସ୍ ଯାହାକୁ ନେଇ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ପୋଲିସ୍ ଉପରେ ବର୍ଷିଛନ୍ତି ।  ହାଇଦର ଖସିଯାଇନି ବରଂ ତାକୁ ଜାଣିଶୁଣି ଖସାଇ ଦିଆଯାଇଛି ବୋଲି ବିଜୟ ମହାପାତ୍ର ଅଭିଯୋଗ କରିବା ସହିତ ହାଇଦର ଫେରାର ପଛରେ କୌଣସି ବଡ଼ ଅଫିସରଙ୍କ ହାତ ରହିଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ରାଜ୍ୟରେ ଯଦି ଏହି ଭଳି ଭାବରେ କୁଖ୍ୟାତ ଅପରାଧି ମାନେ ଖସି ପଳାଇଯିବେ ତେବେ ରାଜ୍ୟ ଏସଟିଏଫ ଟିମ୍ କାର୍ଯ୍ୟ କଣ? ହାଇଦର ଫେରାର ପ୍ରସଙ୍ଗ କିଭଳି ଜାଣି ପାରିଲା ନାହିଁ ରାଜ୍ୟ ଏସଟିଏଫ । ଏହି ମାମଲାରେ ପ୍ରଥମେ ଏସଟିଏଫ ମୁଖ୍ୟଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହା ସହିତ ରାଜ୍ୟରେ କେବଳ ତାମିଲ ଅଫିସରଙ୍କୁ ଖୁସି କରିବା ପାଇଁ କାର୍ଯ୍ୟ ଚାଲିଛି ଏବଂ ହାଇଦର ଭଳି କୁଖ୍ୟାତ ଅପରାଧି କୁ ଖସାଇ ଦେବା ପାଇଁ ଡିସେମ୍ବରରୁ ପ୍ଲାନ୍ ଚାଲିଥିଲା ଓ ଅତି ନାଟକୀୟ ଢଙ୍ଗରେ ବର୍ତମାନ ସେହି ସବୁ ପୂର୍ବ ପ୍ଳାନ୍ ଅନୁଯାଇ କାର୍ଯ୍ୟ କରାଯାଇଛି । କେବଳ ୫-୬ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରି ପୋଳଇସ୍ ବିଭାଗ ନାଟକ କରୁଛି ବୋଲି କହି ବିଜୟ ମହାପାତ୍ର ଆଜି ରାଜ୍ୟ ପୋଲିସ୍ ଉପରେ ବର୍ଷିଛନ୍ତି ।

Leave A Reply

Your email address will not be published.