ଗୁଜୁରାତର ସୁରତରେ କୋଭିଡର ଭୟାନକ ଚିତ୍ର । ପୁଣି କରୋନା ନେଲା ଜଣେ ପ୍ରବାସୀ ଓଡ଼ିଆଙ୍କ ଜୀବନ । ମୃତକଙ୍କ ନାମ ଅରୁଣ କୁମାର ବିଶ୍ବାଳ । ତାଙ୍କ ଘର ଗଞ୍ଜାମର କବିସୂର୍ଯ୍ୟନଗର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।
ସୁରତର ପାଣ୍ଡେସରା ଅଞ୍ଚଳରେ ରହି ସୁତା କାରଖାନାରେ ଅରୁଣ କୁମାର ବିଶ୍ବାଳ କାମ କରୁଥିଲେ । ଗତ 6 ତାରିଖରେ ଅରୁଣ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ । ଗତ 15 ଦିନ ଭିତରେ 14 ଜଣ କେବଳ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସୁରତରେ 1655 କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 25 ଜଣକ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।