ଆଜି ସନ୍ଧ୍ୟାରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ରାଜ୍ୟରେ କରୋନାସ୍ଥିତି ଅଣାୟତ ହେଲାଣି । ସରକାରଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ହୋଇପାରେ ବଡ଼ ଘୋଷଣା । ଆଜି ସନ୍ଧ୍ୟା 5.30ରେ ରାଜ୍ୟବାସୀଙ୍କୁ କୋଭିଡ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ  । ଚିନ୍ତା ବଢାଉଛି ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ପୁରୀ।                                         ।

କୋଭିଡ ସ୍ଥିତିକୁ ନେଇ ସରକାରୀ ସ୍ତରରେ ବଡ଼ ପ୍ରସ୍ତୁତି । ଆଜି ଅପରାହ୍ନ 5ଟା 30ରେ ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେବେ । କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ 5ଟା 30ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମ୍ବୋଧନ କରିବେ । ସମଗ୍ର ରାଜ୍ୟରେ ଲାଗୁ ହୋଇପାରେ ନାଇଟ କର୍ଫ୍ୟୁ  ।

Umasankar Adv
gpkandhamal

ରାଜ୍ୟର କିଛି ସ୍ଥାନରେ ଜାରି 144 ଧାରା ହୋଇପାରେ । କିଛି ସହରାଞ୍ଚାଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ହୋଇପାରେ । ସମସ୍ତ ହୋଟେଲ, ବାର୍‌, ରେସ୍ତୋରାଁ  ଖାଇବା ଉପରେ ଲାଗିପାରେ କଟକଣା । କେବଳ ପାର୍ସଲ ପାଇଁ ମିଳିପାରେ ଅନୁମତି । ପୂର୍ବବର୍ଷ ଅପେକ୍ଷା କୋଭିଡ ହସ୍ପିଟାଲରେ ବଢ଼ିପାରେ ବେଡ୍‌ ସଂଖ୍ୟା  ।

ଆଜି ରାଜ୍ୟରେ ସର୍ବାଧିକ ତିନି ହଜାର ମୁହାଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 2989 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 1733 ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । 1256 ଟି ଲୋକାଲ୍ କେସ୍‌ ରହିଛନ୍ତି । ସେପଟେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 631 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 438 ଜଣ ଚିହ୍ନଟ ହୋଇଛନ୍ତି ।  

Leave A Reply

Your email address will not be published.