ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କଲେ ଅଭିନେତ୍ରୀ ସୋନମ କପୁର

ବଲିଉଡର ଏଭର ଗ୍ରୀନ ହିରୋ ଅନିଲ କପୁରଙ୍କ ଝିଅ ସୋନମ କପୁର ବଲିଉଡକୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଛନ୍ତି। ସୋନମ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ସୁପର ଡ୍ରେସିଂ ସେନ୍ସ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି। ବଲିଉଡ ଅଭିନେତ୍ରୀ ସୋନମ ଆଜିକାଲି ଲଣ୍ଡନରେ ରହୁଛନ୍ତି। ସୋନମ ଯେତେବେଳେ ତାଙ୍କ ସ୍ୱାମୀଙ୍କ ସହ ଲଣ୍ଡନର ରାସ୍ତାରେ ବୁଲୁଥିଲେ ସେତେପେଳେ ସେ ଭାରତକୁ ବହୁତ ମନେକାଉଥିଲେ। ସୋନମ ତାଙ୍କ ପରିବାରକୁ ବହୁତ ମିସ୍‌ କରୁଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

gpkandhamal

ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ସୋନମ କପୁର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଉଭୟ ଲଣ୍ଡନର ଏକ ରାସ୍ତାରେ ନଜର ଆସିଛନ୍ତି। ସୋନମ ପଛକୁ ଚାହିଁ ହସୁଥିବାବେଳେ ଆନନ୍ଦ ପଛକୁ ଚାହିଁ ହସୁଥିବାର ନଜର ଆସିଛନ୍ତି। ଉଭୟଙ୍କ ଉପରେ ଏକ କଳା ରଙ୍ଗର ଛତା ଅଛି। ରାସ୍ତାଗୁଡ଼ିକ ମଧ୍ୟ ଓଦା ଦେଖାଯାଉଛି, ଅର୍ଥାତ୍ ବର୍ଷା ଋତୁରେ ଏହି ଫଟୋ ଉଠାଯାଇଛି।

Umasankar Adv
Leave A Reply

Your email address will not be published.