ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କଲେ ବିଶ୍ୱର ସବୁଠୁ ଛୋଟ ରାମ ପ୍ରତିମା

ପବିତ୍ର ରାମନବମୀ ଉପଲକ୍ଷେ ଓଡିଶାର ଜଣେ କଳାକାର ବିଶ୍ୱର ସବୁଠୁ ଛୋଟ ରାମ ପ୍ରତିମା ପ୍ରସ୍ତୁତ କରିନ୍ତି । ଏହି ପ୍ରତିମାଟିର ଉଚ୍ଚତା ମାତ୍ର ୪.୧ ସେଣ୍ଟିମିଟର । ତେବେ ଗଞ୍ଜାମର ସତ୍ୟନାରାୟଣ ମାହାରଣା ନାମକ ବ୍ୟକ୍ତି ଏହି ପ୍ରତିମା ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କରିଛନ୍ତି । ସେ ଏହା ବିଶ୍ୱର ସବୁଠୁ ଛୋଟ କାଠରେ ତିଆରି ରାମଙ୍କ ପ୍ରତିମା ଦାବି କରିଛନ୍ତି ।

gpkandhamal

ସତ୍ୟନାରାୟଣ ଗଞ୍ଜାମର ବାସିନ୍ଦା ସେ ଛୋଟ ଛୋଟ ମୁର୍ତି ନିର୍ମାଣ ଲାଗି ପ୍ରସିଦ୍ଧ । ଏହା ସହିତ ସେ ଜଣେ ବାଲୁକା ଶିଳ୍ପି ବୋଲିମଧ୍ୟ ଜଣା ପଡିଛି । ଏବେ ସମଗ୍ର ଦେଶରେ ପବିତ୍ର ରାମନବମୀ ପାଳନ ଚାଲିଥିଲା ବେଳେ ଏହି ମୁର୍ତି ବନାଇବା ଲାଗି ତାଙ୍କୁ ମାତ୍ର ଗୋଟିଏ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ଏହା ସହିତ ସେ ସମସ୍ତଙ୍କୁ ରାମନବମୀର ଶୁଭକାମନା ଜଣାଇଥିଲା ବେଳେ ସମସ୍ତଙ୍କୁ ସୁରକ୍ଷିତ ରହିବା ସହିତ ଘରେ ରହିବାକୁ ନିବେଦନ କରିଛନ୍ତି । 

Umasankar Adv
Leave A Reply

Your email address will not be published.