ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନାର ଟ୍ରିପଲ ମ୍ୟୁଟାଣ୍ଟ

କରୋନାର ଭିନ୍ନ ଭିନ୍ନ ରୂପ ସାମ୍ନାକୁ ଆସୁଛି । ନୂଆ ନୂଆ ଷ୍ଟ୍ରେନର ନୂଆ ମ୍ୟୁଟାଣ୍ଟ ବେଶି ଚିନ୍ତା ବଢାଉଛି । ପଶ୍ଚିମବଙ୍ଗରୁ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି ।  ଏହାର ନାମକରଣ ହୋଇଛି- ବି-୧-୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା- ବି-୧- ୬୧୭ ।

gpkandhamal

ତେବେ ମିଳିଥିବା ସୂଚନାନୁସାରେ, ବିଶେଷତଃ ଏଭଳି ମ୍ୟୁଟାଣ୍ଟ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କଠାରେ ଦେଖାଯାଉଛି । ଏହା ଅଧିକ ସଂକ୍ରାମକ । ଅର୍ଥାତ ଦ୍ରୁତଗତିରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି ।

Umasankar Adv

ତେବେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଣ୍ଟ ଅଧିକ ସାଂଘାତିକ ବୋଲି କୁହାଯାଉଛି । କାରଣ ଏହା କରୋନା ବିରୋଧୀ ସୁରକ୍ଷାବଳୟକୁ ଭେଦ କରିପାରିବନି । ଅର୍ଥାତ ଶରୀରରେ ଆଣ୍ଟିବଡି ତିଆରି ହୋଇଥିଲେ ମଧ୍ୟ ଏହି ପ୍ରକାର ଭୂତାଣୁ ସଂକ୍ରମଣ ହୋଇପାରେ । ସେହିପରି କରୋନା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ପ୍ରକାର ଭୂତାଣୁ ସଂସ୍ପର୍ଶରେ ଆସିଲେ କରୋନା ଆକ୍ରାନ୍ତ ହୋଇପାରନ୍ତି । କରୋନାର ଏହି ନୂଆ ରୂପକୁ କେହି କେହି ବେଙ୍ଗଲ ଭାଇରସ ବୋଲି ମଧ୍ୟ କହୁଛନ୍ତି ।

Leave A Reply

Your email address will not be published.