ଦିଲ୍ଲୀକୁ ବିମାନ ଯୋଗେ ଅକ୍ସିଜେନ ଯୋଗାଇବ ଓଡିଶା

ଦେଶର ରାଜଧାନୀ ଦିଲ୍ଲୀରେ ଅଣାୟତ ହେଉଛି କରୋନାସ୍ଥିତି । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ ଅଭାବ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡିଶା । ଏନେଇ ଓଡିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ଦିଲ୍ଲୀର ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ ଚାହିଦା ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି । ତେବେ ଏହାରି ମଧ୍ୟରେ ଦିଲ୍ଲୀକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ।

Umasankar Adv
gpkandhamal

ଓଡିଶାରୁ ଦିଲ୍ଲୀକୁ ଯଥେଷ୍ଟ ଅକ୍ସିଜେନ ମିଳିଛି । ଟ୍ରକ ଯୋଗେ ଅକ୍ସିଜେନ ପଠାଇବା ବେଳେ ବିଭିନ୍ନ ସ୍ଥାନରେ ଅଟକା ଯାଉଛି । ତେଣୁ ଓଡ଼ିଶାରୁ ଦିଲ୍ଲୀକୁ ଅକ୍ସିଜେନ୍ ବିମାନ ଯୋଗେ ପହଞ୍ଚିବ । କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ଅକ୍ସିଜେନ୍ କୋଟା ଧାର୍ଯ୍ୟ କରିଛନ୍ତି ।

ଦିଲ୍ଲୀରେ ଅଧିକ ଅକ୍ସିଜେନ ପହଁଞ୍ଚାଇବା ପାଇଁ ବିଭିନ୍ନ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ପ୍ରତିଦିନ ଦିଲ୍ଲୀକୁ 700 ଟନ୍ ଅକ୍ସିଜେନ ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର 378 ଟନ ଧାର୍ଯ୍ୟ କରିଥିଲେ । ବର୍ତ୍ତମାନ ଏହାକୁ 480 କୁ ବୃଦ୍ଧି କରିଛନ୍ତି । ତଥାପି ଆବଶ୍ୟକତା ପୂରଣ ହେଉ ନଥିବାରୁ ଅନ୍ୟ ରାଜ୍ୟରୁ ସହାୟତା ଲୋଡ଼ିଛନ୍ତି ଦିଲ୍ଲୀ ସରକାର ।

Leave A Reply

Your email address will not be published.