ପିପିଲି ଉପନିର୍ବାଚନ, କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ଆସନ୍ତା ୨୬ ତାରିଖରେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଦଳ ବିଶ୍ବକେଶନ ହରିଚନ୍ଦନଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

gpkandhamal

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଶ୍ବକେଶନ ହରିଚନ୍ଦନଙ୍କ ନାମାଙ୍କନ ଭରିବା କଥା ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଜଣେ ମେଧାବୀ ଛାତ୍ର ସହ ଆଇନଜୀବୀ । ସେ ପୁରୀ ଜିଲ୍ଲା ସେବା ଦଳର ମୁଖ୍ୟ ଅଛନ୍ତି । ତାଙ୍କ ବାପା ଆମ ଦଳର ଓ ସରପଞ୍ଚ ଥିଲେ । ଆମେ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ । ସେ ହୋଇଥିଲେ ଭଲ ଅନୁକମ୍ପା ଭୋଟ ପାଇଥାନ୍ତେ । ସେ ମନା କରିବାରୁ ଆମେ ପୂର୍ଣ ସ୍ବାଇଁଙ୍କୁ କହିଲୁ । ହେଲେ ସେ ଖାପଛଡା ଦେଲେ ।

Umasankar Adv

ହୁଏତ ଅଜିତଙ୍କ ପତ୍ନୀଙ୍କ ପରି ସେ ଭୋଟ ନ ପାଇପାରନ୍ତି । ହେଲେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଆମେ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ପ୍ରଚାର କରିବୁ । ୨୬ ତାରିଖରେ ବିଶ୍ୱକେଶନ ନାମାଙ୍କନ ଦାଖଲ କରିବେ ।

Leave A Reply

Your email address will not be published.